ପଥ ପ୍ରଦର୍ଶକ (#15537)

ଏହି ମହାନ୍ ଯୁଗରେ ଯେ କେହି ଆମ୍ଭ ଧର୍ମକୁ ସାହାଯ୍ୟ କରିବା ନିମି ଏକ ପ୍ରଶଂସନୀୟ ଚରିତ୍ର ତଥା ସାଧୁ ଆଚରଣର ଦେବଦୂତ ପରି ଜାଗ୍ରତ ହୁଏ ଏବଂ ସ୍ୱୟଂ ତାଙ୍କ ସହାୟତାକୁ ଆହ୍ୱାନ କରେ, ଏହିପରି ଏକ କର୍ମରୁ ପ୍ରବାହିତ ହେଉଥିବା ପ୍ରଭାବ, ସମଗ୍ର ପୃଥିବୀ ବ୍ୟାପୀ ନି୧⁄୨ିତ ଭାବରେ ଏହା ବିସ୍ତାର ଲାଭ ହୋଇପାରିବ ।

-Bahá'u'lláh
-----------------------

ପଥ ପ୍ରଦର୍ଶକ (#15538)

ହେ ଭଗବାନ୍ ! ତୁମେ ଜାଣିଅଛ ଏବଂ ତୁମେ ମୋର ସାକ୍ଷ୍ୟ ପ୍ରମାଣ ଅଟ ଯେ, ତୁମ ସୁ-ପ୍ରସାଦକୁ ପ୍ରାପ୍ତ ହେବା, ତୁମ ସେବାରେ ଦୃଢ଼ ହେବା, ତୁମ ସେବା କାର୍ଯ୍ୟରେ ନିଜକୁ ଉର୍ଗ କରିବା, ତୁମ ମହାନ୍ ଦ୍ରାକ୍ଷା ଉଦ୍ୟାନରେ ଶ୍ରମଦାନ କରିବା ଏବଂ ତୁମ ମାର୍ଗରେ ସବୁକିଛି ତ୍ୟାଗ କରିବା ବ୍ୟତୀତ ମୋ ହୃଦୟରେ ଅନ୍ୟକିଛି ଅଭିଳାଷ ନାହିଁ । ତୁମେ ହେଉଛ ସର୍ବଜ୍ଞାତା ଏବଂ ସର୍ବଦ୍ରଷ୍ଟା । ତୁମ ପାଇଁ ମୋର ପ୍ରେମ ମଧ୍ୟରେ ପର୍ବତରାଜି ତଥା ମରୁଭୂମିଗୁଡ଼ିକ ପ୍ରତି ତୁମ    ସାମ୍ରାଜ୍ୟର ଅଭୁ୍ୟଦୟ ସମ୍ବନ୍ଧରେ ଉଚ୍ଚ ସ୍ୱରରେ ଉଦ୍ଘୋଷଣା କରିବା ପାଇଁ ଏବଂ ସକଳ ମାନବଜାତି ମଧ୍ୟରେ ତୁମ ଆହ୍ୱାନକୁ ଉତ୍ଥାନ କରିବା ପାଇଁ ମୋର ପଦକ୍ଷେପଗୁଡ଼ିକୁ ଅଭିମୁଖୀ କରିବା ବ୍ୟତୀତ ମୋର ଆଉ ଅନ୍ୟକିଛି ଇଚ୍ଛା ନାହିଁ । ହେ ଭଗବାନ୍ ! ଏହି ଅସହାୟ ବ୍ୟକ୍ତି ପାଇଁ ତୁମେ ମାର୍ଗ ଉନ୍ମୁକ୍ତ କର । ଏହି ରୋଗଗ୍ରସ୍ତ ବ୍ୟକ୍ତି ପ୍ରତି ତୁମେ ଔଷଧ ମଞ୍ଜୁର କର ଏବଂ ଏହି ଯବଣାକ୍ଲିଷ୍ଟ ବ୍ୟକ୍ତି ଉପରେ ତୁମର ଆରୋଗ୍ୟ ପ୍ରଦାନ କର । ବିର୍ଦୀ ହୃଦୟ ଓ ଅଶ୍ରୁଭରା ଲୋଚନରେ ମୁଁ ତୁମ ଦ୍ୱାରାଦେଶରେ ତୁମକୁ ଅନୁନୟ କରୁଛି । 

ହେ ଈଶ୍ୱର ! ତୁମ ମାର୍ଗରେ ଯେକୌଣସି କଠୋର ପରୀକ୍ଷା ସହ୍ୟ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି ଏବଂ ଯେକୌଣସି କଠିନତାକୁ ସ୧ୁଖୀନ ହେବାପାଇଁ ମୋ ହୃଦୟ ଓ ଆତ୍ମାର ସହିତ ଅଭିଳାଷ କରୁଛି । 

ହେ ପରମେଶ୍ୱର ! ପରୀକ୍ଷାଗୁଡ଼ିକ ମଧ୍ୟରୁ ମୋତେ ରକ୍ଷା କର । ତୁମେ ସଂର୍ପୂ ରୂପେ ଜାଣିଛ ଯେ, ମୁଁ ସକଳ ପଦାର୍ଥରୁ ବିମୁଖ ହୋଇଛି ଏବଂ ସକଳ ଚିନ୍ତାରୁ ମୋ ନିଜକୁ ମୁକ୍ତ କରିଛି । ତୁମ ନାମ ସ୍ମରଣ ବ୍ୟତୀତ ମୋର ଅନ୍ୟକିଛି ବୃି ନାହିଁ ଏବଂ ତୁମ ସେବା ବ୍ୟତୀତ ଅନ୍ୟ କିଛି ମୋର ଉଚ୍ଚ ଅଭିଳାଷ ନାହିଁ ।

-The Báb
-----------------------

